ବନ୍ୟାରେ ଉବୁଡୁବୁ ପାକିସ୍ତାନ , ୩୦ ବର୍ଷର ରେ-କର୍ଡ ଭାଙ୍ଗିଲା ବର୍ଷା

ପ୍ରକୃତି କେତେବେଳେ କେଉଁ ରୂପ ଧାରଣ କରିବ , ସେ କଥା ଆମେ କେହି ଜାଣି ନଥାନ୍ତି । ସେ ତାର ଇଚ୍ଛା ଅନୁଯାୟୀ , ଏଭଳି ରୂପ ଧାରଣ କରିବ ଆଉ ସବୁ କିଛି ବ-ର୍ବା-ଦ କରିଦେବ । ତେଣୁ ଆମେ ତ ମଣିଷ ମାତ୍ର ଆମେ କିଛି କରିପାରିବା ନାହିଁ । ତେବେ ଏଭଳି ଏକ ଭ-ୟଙ୍କ-ର ପରିସ୍ଥିତି ବର୍ତ୍ତମାନ ପାକିସ୍ତାନକୁ ସହିବାକୁ ପଡିଛି । ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ପାକିସ୍ତାନ ।

ବନ୍ୟାର ପରିସ୍ଥିତି ଅତ୍ୟନ୍ତ ଭ-ୟଙ୍କ-ର ରୁପ ଧାରଣ କରିଛି । ଯାହାକୁ ଦେଖି ଅନୁମାନ କରାଯାଉଛି କି , ଲୋକେ ଅତ୍ୟନ୍ତ କ-ଷ୍ଟ ମଧ୍ୟରେ ଦିନ କା-ଟୁଛନ୍ତି । ଗତ ୩୦ ବର୍ଷର ରେକ-ର୍ଡ ଭା-ଙ୍ଗି ଦେଇଛି ଏହି ବର୍ଷା । ୧୦ ଦିନ ଧରି କ୍ରମାଗତ ଭାବରେ ବର୍ଷା ଲାଗିରହିଛି । ଦେଶର ଏକ ତୃତୀୟାଂଶ ଭାଗ ବନ୍ୟା ଜଳରେ ବୁଡ଼ି ଯାଇଛି । ଏହାବ୍ୟତୀତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ବର୍ତ୍ତମାନ ସୁଦ୍ଧା ସେଠାରେ ହଜାରେ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ବର୍ତ୍ତମାନ ସମୟରେ ଲୋକମାନେ ଜଳ ଘେରରେ ରହିଛନ୍ତି । ୧୦ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇ ପଡିଲେଣି । ୩ ହଜାର କିଲୋମିଟରରୁ ଅଧିକ ରାସ୍ତା ବନ୍ୟା ଜଳରେ ଭାଙ୍ଗି ଯାଇଥିବାରୁ ଲୋକଙ୍କ ନିକଟକୁ ଯାତାୟାତ ସୁବିଧା ହୋଇ ପାରୁନାହିଁ । ଲୋକମାନେ ଭୋକ ଉପାସରେ ଦିନ କାଟୁଛନ୍ତି । କେବଳ ଏତିକି ନୁହେଁ , ଲୋକଙ୍କ ବ୍ୟତୀତ ୭ ଲକ୍ଷ ଜୀବଜନ୍ତୁ ମଧ୍ୟ ମୃ-ତ୍ୟୁବ-ରଣ କରି ସାରିଲେଣି ।

ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥିବା ବେଳେ ପନିପରିବା ମୂଲ୍ୟ ଆକାଶ ଛୁଇଁ ଯାଇଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାର ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଦେଇଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନରେ ଯେଉଁଭଳି ବନ୍ୟା ପରିସ୍ଥିତି ଦେଖା ଦେଇଛି , ତାକୁ ଦେଖିବା ପାଇଁ ମିଳିତ ଜାତିସଂଘ ପ୍ରମୁଖ ଏଣ୍ଟୋନିୟୋ ଗୁଟେରେସ୍‌ ଆଗାମୀ ସପ୍ତାହରେ ପାକିସ୍ତାନ ଯିବେ । ଗୁଟେରେସ୍‌ ସେଠାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *