ଦୀର୍ଘ ଦଶ ବର୍ଷ ପରେ ପ୍ରଥମ ଥର ଶାନ୍ତିରେ ଶୋଇଲେ ଅନୁଭବ ମୋହାନ୍ତି । ସବୁ ଯନ୍ତ୍ରଣାରୁ ମିଳିଲା ମୁକ୍ତି ।

ଦୀର୍ଘ ଦଶ ବର୍ଷର ଯନ୍ତ୍ର-ଣାରୁ ମୁକ୍ତ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମୋହାନ୍ତି । ବୋଧହୁଏ ସେ ଏତେ ଦିନ ପରେ ରାତିରେ ଶାନ୍ତିରେ ଶୋଇଥିବେ । କାରଣ ସେ ଏଭଳି ଏକ ଯନ୍ତ୍ର-ଣାରୁ ମୁକ୍ତି ପାଇଛନ୍ତି ଯେଉଁ ଯ-ନ୍ତ୍ରଣା ଏବେର ନୁହେଁ ବରଂ ଦୀର୍ଘ ୧୦ ବର୍ଷ ପୁରୁଣା ଅଟେ ।

ଗତକାଲି ଥିଲା ତାଙ୍କର ବିବାହ ବର୍ଷକୀ ଏବଂ ସେହି ଦିନରେ ହିଁ ତାଙ୍କର ସ-ମ୍ପର୍କ ବର୍ଷାଙ୍କ ସହିତ ପୁରାପୁରି ତୁଟି ଯାଇଛି । ଯେଉଁ ଚିନ୍ତାକାରଣରୁ ସେ ବୋଧହୁଏ ଦୀର୍ଘ ବର୍ଷ ଠିକ ଭାବରେ ଶୋଇ ପାରି ନଥିଲେ ସେହି ଚିନ୍ତାର ଅନ୍ତ ହୋଇଛି । ଯେଉଁ ଯେଉଁ ନ୍ୟା-ୟକ ଲ-ଢ଼େଇ ଲଢୁଥିଲେ ସେଥିରେ ସେ ଜିତି ଯାଇଛନ୍ତି ।

ଭୁଲ ମୁଝାମଣା , ଆରୋପ ପ୍ର-ତ୍ୟାରୋ-ପ , କୋର୍ଟ କଚେରୀ ଏବଂ ଦୀର୍ଘ ଦିନର ଲ-ଢ଼େଇ ପରେ ଶେଷରେ ସମ୍ପର୍କ ବିଛିନ୍ନ ହୋଇଛି । ପୂର୍ବରୁ ବେଷ୍ଟ କପଲ ଭାବରେ ଲୋକପ୍ରିୟ ଯୋଡ଼ିଙ୍କୁ କିଛି ଦିନ ତଳେ ଛା-ଡ଼ପ-ତ୍ର ପାଇଁ ଅନୁମତି ମିଳି ସାରିଛି । ଯାହାକୁ ନେଇ ଅନୁଭବ ମୋହାନ୍ତି ଲେଖିଛନ୍ତି ଯେ ଗତ ଦୀର୍ଘ କିଛି ବର୍ଷ ଖୁବ ଯ-ନ୍ତ୍ରଣା ଦାୟକ ଥିଲା ।

ମି-ଥ୍ୟା ବିବାହରୁ ବର୍ତ୍ତମାନ ମୁକ୍ତି ମିଳିଛି । ତାଙ୍କ ମଙ୍ଗଳ ପାଇଁ ଯେଉଁମାନେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ ବର୍ଷାଙ୍କ ଖୁସି ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ଖାଲି ସେତିକି ନୁହେଁ ସେ ହାପି ରୋଜ ଡେ ମଧ୍ୟ ଲେଖିଥିଲେ ।

କହିରଖିବୁ ଯେ ୨୦୧୪ ମସିହା ଫେବୃଆରୀ ୮ ତାରିଖରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ହାତ ଧରିଥିଲେ କେଦ୍ରାପଡ଼ା ସାଂସଦ ଅନୁଭବ ମୋହାନ୍ତି । କିନ୍ତୁ ଗତ ଚାରି ବର୍ଷ ହେବ ଉଭୟେ ଦାମ୍ପତ୍ତ୍ୟ ଝଡ଼ର ଶି-କାର ହୋଇ ଖୁବ ଚର୍ଚ୍ଚାକୁ ଆସିଛନ୍ତି । ତେବେ ହାଇକୋର୍ଟ ଏହି ସମ୍ପୃକ୍ତ ରାୟ ଦେବା ପରେ ଥଣ୍ଡା ପଡ଼ିଥିଲା ।

ତେବେ ଅନୁଭବଙ୍କ ଫ୍ୟାନ୍ସ ଏବଂ ତାଙ୍କର ଶୁଭ ଚିନ୍ତକ ମାନେ ଏହା ଆଶା କରିଥିଲେ ଯେ ଅନୁଭବଙ୍କର ଛା-ଡ଼ପ-ତ୍ର ହୋଇଯାଉ ବୋଲି । ବର୍ତ୍ତମାନ ଅନୁଭବଙ୍କର ଏଭଳି ପୋଷ୍ଟ ତଳେ ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଧର୍ମର ଜୟ ହୋଇଛି ବୋଲି କହିଛନ୍ତି । ଏହାବ୍ୟତୀତ ସମସ୍ତେ ଏହା ମଧ୍ୟ କହୁଛନ୍ତି ଯେ , ଯେଉଁ ଦିନ ବିବାହ ହୋଇଥିଲା ସେହିଦିନ ହିଁ ଛା-ଡ଼ପ-ତ୍ର ହେଲା ।

Leave a Reply

Your email address will not be published. Required fields are marked *