ଭାରତୀୟ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବାପା ଆଣିଲେ ସଙ୍ଗିନ ଅଭିଯୋଗ । କହିଲେ ପୁଅ ସ୍ତ୍ରୀ କଥାରେ ପଡ଼ି ………

ବର୍ତ୍ତମାନ ସମୟରେ ଜଣେ ଭାରତୀୟ ଷ୍ଟାର କ୍ରିକେଟରଙ୍କୁ ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । ତେବେ ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ରବୀନ୍ଦ୍ର ଜାଡେଜା । ନିଜେ ବାପା , ପୁଅ ଏବଂ ବୋହୂ ନାମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ରବୀନ୍ଦ୍ର ଜାଡେଜା ଏବଂ ରିବାବାଙ୍କୁ ନେଇ ସବୁଠି ଚର୍ଚ୍ଚା ଦେଖା ଦେଇଛି ।

ଏକ ସାକ୍ଷାତକାର ସମୟରେ ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବାପା ତାଙ୍କ ପୁଅଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସାକ୍ଷାତକାରରେ ତାଙ୍କ ବାପା କହିଥିଲେ ଯେ ” ଯଦି ଆପଣ ମୋ ପାଖରୁ କିଛି କଥା ଜାଣିବାକୁ ଚାହୁଁଛନ୍ତି ତେବେ ମୁଁ କହିବାକୁ ଚାହିଁବି ଯେ ମୋ ପୁଅ ଏବଂ ବୋହୂ ସହିତ ମୋର କୌଣସି ସମ୍ପର୍କ ନାହିଁ ।

” ଆମେ ମଧ୍ୟ ତାଙ୍କୁ ଡାକୁନୁ କିମ୍ବା ସେମାନେ ମଧ୍ୟ ଆମକୁ ଡାକୁ ନାହାଁନ୍ତି । ମୁଁ ଏବେ ଜାମନଗରରେ ଏକା ରହୁଛି । ଆଉ ସେମାନେ ସହରରେ ନିଜ ବଙ୍ଗଳାରେ ଏକୁଟିଆ ରହୁଛନ୍ତି । ମୁଁ ସେମାନଙ୍କୁ ଦେଖିପାରୁ ନାହିଁ ଏବଂ ସେମାନେ ମଧ୍ୟ ମୋତେ ଦେଖିପାରୁ ନାହାଁନ୍ତି । ମୁଁ ଜାଣିନାହିଁ ଯେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ କି ଯାଦୁ କରିଛନ୍ତି । ”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେ ନିଜ ପୁଅର ବିବାହ କରାଇ ନଥାନ୍ତେ ଏବଂ ଯଦି ସେ କ୍ରିକେଟର ହୋଇ ନଥାନ୍ତେ ତେବେ ତାଙ୍କୁ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାନ୍ତା । ବିବାହର କିଛି ବର୍ଷ ପରେ ହିଁ ରିବାବା ଚାହୁଁଥିଲେ ଯେ ତାଙ୍କ ନାଁରେ ସବୁକିଛି ଟ୍ରାନ୍ସଫର ହୋଇଯାଉ ବୋଲି । ଏହାସହିତ ରିବାବା ପରିବାର ଚାହୁଁ ନଥିଲେ । ସେ ଏକୁଟିଆ ରହିବାକୁ ଚାହୁଁଥିଲେ । ପରିବାରରେ କାହାରି ସହିତ ରବୀନ୍ଦ୍ର ଜାଡେଜାଙ୍କ ସମ୍ପର୍କ ନଥିବା ତାଙ୍କ ବାପା କହିଛନ୍ତି ।

ପାଞ୍ଚ ବର୍ଷ ହେବ ନିଜ ନାତୁଣୀର ମୁହଁ ଦେଖିନଥିବା କହିଛନ୍ତି ରବୀନ୍ଦ୍ର ଜାଡେଜାଙ୍କ ବାପା । ତେବେ ରିବାବା ଜାଡେଜା ଏବଂ ରବୀନ୍ଦ୍ର ଜାଡେଜାଙ୍କ ନାମରେ ତାଙ୍କ ବାପା ଏଭଳି ଏକ ଅଭିଯୋଗ ଆଣିବା ପରେ ରବୀନ୍ଦ୍ର ଜାଡେଜା ପ୍ରତିକ୍ରିୟା ଦେଇ ‘ X ‘ ରେ ଏକ ଟୁଇଟ କରିଛନ୍ତି । ସେ କହିଛନ୍ତି ଯେ ଏଭଳି ସାକ୍ଷାତକାରକୁ ଅଣଦେଖା କରାଯାଉ କାରଣ ଏଥିରେ ଯାହାସବୁ କୁହାଯାଇଛି ତାହା ସବୁ ମିଛ ଅଟେ ।

କୁଆଡ଼େ ତାଙ୍କ ସ୍ତ୍ରୀର ଇମେଜକୁ ଖରାପ କରିବା ପାଇଁ ଏମିତି କରାଯାଇଛି । ସେ ଯେହେତୁ ଏହି ମାମଲାକୁ ସାର୍ବଜନୀନ କରିବାକୁ ଚାହୁଁ ନାହାଁନ୍ତି ତେଣୁ ସେ ଏହି ମାମଲା ଉପରେ ସାମ୍ନାକୁ ଆସି କହି ନାହାଁନ୍ତି । ତେବେ ଯାହାବି ହେଉ ବର୍ତ୍ତମାନ ଏହିଭଳି ଏକ ମାମଲା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *