ଘରକୁ ଏହି ତିନୋଟି ପକ୍ଷୀ ଆସୁଥିଲେ ହୋଇଯିବେ କୋଟିପତି, ଯଦି ଏହି ପକ୍ଷୀ ଆସେ ତେବେ ହୋଇଯିବ ମୃତ୍ୟୁ !

ପ୍ରତ୍ୟେକ ଦିନ ଘର ଅଗଣାକୁ ଅନେକ ପ୍ରକାରର ପକ୍ଷୀ ଆସିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସେହି ପକ୍ଷୀ ଆମ ଦୁର୍ଭାଗ୍ୟ କିମ୍ବା ସୌଭାଗ୍ୟ କାରଣ ମଧ୍ୟ ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ କିଛି ପକ୍ଷୀ ଆସିଲେ ତାହା ମନୁଷ୍ୟ ପାଇଁ ଆଦୋୖ ଭଲ ହୋଇ ନଥାଏ ବରଂ ତାହା ଦୁର୍ଭାଗ୍ୟ ନେଇ ଆସିଥାଏ ।

ସାଧରଣତଃ ଗର୍ଭବତୀ ମହିଳାଙ୍କ ପାଇଁ ତାହା ଅତ୍ୟନ୍ତ ଅଶୁଭ ସଙ୍କେତ ଦେଇଥାଏ । ସେହିପରି କିଛି ପକ୍ଷୀ ଘରକୁ ସୌଭାଗ୍ୟ ନେଇ ଆସିଥାନ୍ତି । ଆଜି ଆମେ ଆପଣଙ୍କୁ ଘରକୁ ଆସୁଥିବା ଭିନ୍ନ ଭିନ୍ନ ପ୍ରକାରର ପକ୍ଷୀ କିପରି ଦୁର୍ଭାଗ୍ୟ କିମ୍ବା ସୌଭାଗ୍ୟ ନେଇ ଆସିଥାନ୍ତି ସେହି ବିଷୟରେ କହିବୁ ।

୧ . ପାରା :-

ଯଦି ଘରେ ପାରା ବସା ତିଆରି କରେ ତେବେ ଏହା ଅଶୁଭ ଅଟେ । ଯେଉଁ ଘରେ ପାରା ବସା ବାନ୍ଧିଥାଏ ସେହି ଘର ଖୁବ ଆପରିଷ୍କାର ହେବା କାରଣରୁ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ । ଏହାଦ୍ବାରା ଘରର ଆର୍ଥିକ ସମସ୍ୟା ଆରମ୍ଭ ହୋଇଯାଏ ଏବଂ ଧୀରେ ଧୀରେ ଘରର ସବୁ ଟଙ୍କା ଖର୍ଚ୍ଚ ହୋଇଯାଏ ।

୨ . କାଉ :-

ବାରମ୍ବାର କାଉ ଆପଣଙ୍କ ଘରକୁ ଆସିବା ଏବଂ ବସା ବନାଇବା ଦୁର୍ଭାଗ୍ୟର ସଙ୍କେତ ଅଟେ । ଏହାବ୍ୟତୀତ ସ୍ୱପ୍ନରେ ଯଦି ଆପଣ କାଉ ରାବ ଶୁଣୁଛନ୍ତି କିମ୍ବା କାଉ ଆପଣଙ୍କ ଶରୀରରେ ବସିଥିବାର ଦେଖୁଛନ୍ତି ତେବେ ଏହା ଆପଣଙ୍କ ଦୁର୍ଭାଗ୍ୟ ଅଟେ ।

୩ . ଟିଟହରି ପକ୍ଷୀ :-

ଯଦି ଆପଣଙ୍କ ଘରକୁ ଟିଟହରି ପକ୍ଷୀ ହଠାତ ଆସେ ତେବେ ଏହା ଭଲ ସଙ୍କେତ ନୁହେଁ । ସାଧରଣତଃ ଏହା ମାଟିରେ ରହିଥାଏ ଏବଂ ଅଣ୍ଡା ଦେଇଥାଏ ।

୩ . ପେଚା :-

ଘର ବାହାରେ ପେଚା ଥରେ ଦୁଇଥର ବସିଲେ ତାହା ଶୁଭ ହୋଇଥାଏ । ମାତ୍ର ଏକାଧିକ ଥର ବସି ରାବିବା ବର୍ବାଦିର କାରଣ ହୋଇଥାଏ ।

୪ . ବଣୀ :-

ଯଦି ବଣି ଆପଣଙ୍କ ଘରକୁ ଆସି ବସା ବନାଉଛି ଏବଂ ଅଣ୍ଡା ଦେଉଛି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାଦ୍ବାରା ଆପଣଙ୍କ ସମ୍ପତ୍ତିରେ ଆହୁରି ଅଧିକ ବୃଦ୍ଧି ହୋଇପାରେ । ଏହାବ୍ୟତୀତ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ତେଣୁ ଏହି ପକ୍ଷୀ ଆପଣଙ୍କ ଘରେ ବସା ବନାଇଲେ ଆପଣ ତାହାକୁ ଭାଙ୍ଗନ୍ତୁ ନାହିଁ ।

ପ୍ରତ୍ୟେକ ମନୁଷ୍ୟ ଜୀବନରେ ଭଲ ସମୟ ଏବଂ ଖରାପ ସମୟ ଆସିଥାଏ ତେଣୁ ଖରାପ ସମୟ ପୂର୍ବରୁ କିଛି ସତର୍କତା ବିଷୟରେ ଜାଣିନେବା ଉଚିତ । ଯାହାଦ୍ୱାରା ଆଗାମୀ ସମୟରେ କୌଣସି ସମସ୍ୟା ହେବ ନାହିଁ । ଆପଣ ସକାଳୁ ଉଠିବା ମାତ୍ରେ ମୁହଁ ନଶୋଇ ପ୍ରଥମେ ନିଜ ହାତ ପାପୁଲିକୁ ନିଜ ମୁହଁରେ ବୁଲାଇ ଦିଅନ୍ତୁ ଏବଂ ଏହାପରେ ହାତ ରେଖାକୁ ଭଲ ଭାବରେ ଦେଖି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ଭାଗ୍ୟ ଭଲରେ କଟୁ । ଏହାପରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ତୁଳସୀ ଗଛରେ ପ୍ରତ୍ୟେକ ଦିନ ଜଳ ଅର୍ପିତ କରିବା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ପ୍ରତ୍ୟେକ ଦିନ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୋଟିକୁ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ପ୍ରସନ୍ନ ହୁଅନ୍ତି । ରାତିରେ ଶୋଇବା ସମୟରେ ପୁରା ଦିନଚର୍ଯା ବିଷୟରେ ମନେ ପକାନ୍ତୁ ଏବଂ ଯଦି ଆପଣ କାହାରି ମନରେ ଦୁଃଖ ଦେଇଛନ୍ତି ତେବେ ଭଗବାନଙ୍କ ଠାରୁ ତୁରନ୍ତ କ୍ଷମା ମାଗି ନିଅନ୍ତୁ । ଯଦି ଆପଣ କ୍ଷମା ପ୍ରାର୍ଥନା କରନ୍ତି ତେବେ ସୂର୍ଯ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ କ୍ଷମା କରିଦେବେ ।

ଯଦି କେହି ବ୍ୟକ୍ତି ଆର୍ଥିକ ସମସ୍ୟାରେ ପୀଡ଼ିତ ସେମାନେ କନକଧାରା ପୁସ୍ତକର ପାଠ କରନ୍ତୁ । ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଅଶ୍ୱତ୍ଥ ଗଛର ସେବା ନିରନ୍ତର କରିବା ଆବଶ୍ୟକ । ଏହାସହିତ ଗୁରୁବାର ଦିନ ବିଷ୍ଣୁଙ୍କ ସହସ୍ର ନାମ ପାଠ କରିବା ସହିତ ପୂଜା କରନ୍ତୁ ।

Leave a Reply

Your email address will not be published. Required fields are marked *