ଯେତେବେଳେ ସ୍ବିଗି ଡେଲିଭରି ବାଳକ ‘ଦେବାଦୂତ’ ଭାବରେ ଆସିଲା, ଅବସରପ୍ରାପ୍ତ କର୍ଣ୍ଣେଲ ମୃତ୍ୟୁ ମୁଖରୁ ବାହାରି ଆସିଲେ ।

ମଣିଷର ମାନବିକତା ଶକ୍ତି ଯେତେବେଳେ ବଢ଼ିଯାଏ ସେତେବେଳ ସେହି ଶକ୍ତି ଇଶ୍ବରଙ୍କ ଆତ୍ମାରେ ପରିଣତ ହେବାକୁ ଅଧିକ ସମୟ ଲାଗେ ନାହିଁ । ଏପରି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ମଣିଷ ରୂପରେ ଭଗବାନ ହୋଇଥାନ୍ତି। ଜଣେ ସ୍ଵିଗି ଡେଲିଭରି ବାଳକ ଦେବଦୂତ ସାଜି ଆସି ପହଞ୍ଚି ଥିଲେ ଏବଂ ଅବସରପ୍ରାପ୍ତ କର୍ଣ୍ଣେଲଙ୍କ ଜୀବନ ରକ୍ଷା କରିଥିଲେ।

ଜଣେ ‘ଡେଲିଭରି ବାଳକ’ର ସାଧାରଣ କାମ ହେଉଛି ଅର୍ଡର କରାଯାଇ ଥିବା ଖାଦ୍ୟ କିମ୍ବା ଅନ୍ୟ ଜିନିଷ ବିତରଣ କରିବା। ଖାଦ୍ୟ ଘରେ ଦେବା ପରେ ଡେଲିଭରି ବାଳକ ର କାମ ସରିଯାଇଥାଏ କିନ୍ତୁ ମୁମ୍ବାଇର ସ୍ବିଗିର ଜଣେ କର୍ମଚାରୀ ମର୍ନେଲ କିର୍ଦତ ରୋଗୀଙ୍କୁ ଡାକ୍ତରଖାନା ନେଇଯାଇ ସାରା ସମାଜରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ପରେ ତାଙ୍କୁ ଡେଲିଭରି ବାଳକ ବଦଳରେ ଦେବଦୂତ କୁହାଯାଉଛି। ଡେଲିଭରି ବାଳକଙ୍କ ପାଇଁ ଅବସରପ୍ରାପ୍ତ କର୍ଣ୍ଣେଲ ମୋହନ ମଲିକଙ୍କ ଜୀବନ ବଞ୍ଚିଥିଲା ବୋଲି ,କର୍ଣ୍ଣେଲ ନିଜେ ଏହି ଘଟଣା ବିଷୟରେ କହିଛନ୍ତି

ସ୍ୱିଗି ଦ୍ୱାରା ଇନଷ୍ଟାଗ୍ରାମରେ କର୍ଣ୍ଣେଲ ଏବଂ କିର୍ଦାତଙ୍କ ଛବି ପୋଷ୍ଟ କରାଯାଇଛି। ଏହା ସହିତ କର୍ଣ୍ଣେଲ କହିଛନ୍ତି ଯେ ‘ମୁଁ ୨୫ ଡିସେମ୍ବର ଦିନ ବହୁତ୍ ଅସୁସ୍ଥ ହୋଇପଡିଥିଲି। ମୋ ପୁଅ ମୋତେ ଲିଲାଭାଟୀ ଡାକ୍ତରଖାନା ନେଇଯିବାକୁ ସ୍ଥିର କଲା।କିନ୍ତୁ ସେପଟ ରାସ୍ତା ରେ ବହୁତ ଟ୍ରାଫିକ୍ ଥିଲା ଏବଂ ଆମେ ଗାଡ଼ିରୁ ଗୋଟେ ଇଞ୍ଚ ଘୁଞ୍ଚି ପାରୁନଥିଲୁ। ମୋ ପୁଅ ଦୁଇଟି ଦୁଇ ଚକିଆ ଗାଡ଼ି ଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲା କାରଣ ଦୁଇ ଚକିଆ ଗାଡ଼ି ଜଲଦି ଟ୍ରାଫିକ୍ ରୁ ବାହାରି ପାରିବ କିନ୍ତୁ କେହି ସାହାଯ୍ୟ କରିନଥିଲେ।

ସେହି ବାଟରେ ଯାଉଥିବା ‘ଜଣେ ସ୍ଵିଗି ଡେଲିଭରି ବାଳକ ବହୁତ ଭଲ ଏବଂ ଦୟାଳୁ ଥିଲା। ସେ ତୁରନ୍ତ ମୋତେ ଡାକ୍ତରଖାନା ନେବାକୁ ରାଜି ହେଇଗଲା। ବାରମ୍ବାର ପାଟି କରି ଡେଲିଭରି ବାଳକ ଜଣକ ଅନ୍ୟ ଡ୍ରାଇଭରମାନଙ୍କୁ ରାସ୍ତା ଦେବାକୁ କହିଥିଲା। ଶେଷରେ ଡେଲିଭରି ବାଳକ ମୋତେ ଡାକ୍ତରଖାନାକୁ ନେଇଗଲା। ବାଳକ ଜଣଙ୍କ କର୍ଣ୍ଣେଲଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତରଙ୍କୁ କହିଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଥିବା ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଉପଭୋକ୍ତାମାନେ ଡେଲିଭରି ବାଳକକୁ ସୁପରମ୍ୟାନ୍ ବୋଲି କହିଛନ୍ତି । ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହେଁ ଯେ ଡେଲିଭରି ବାଳକଙ୍କ ଦେବଦୂତ ସାଜି ଜୀବନ ରକ୍ଷା କରିବା କାମ ସାମ୍ନା କୁ ଆସିଛି। ଗତ ବର୍ଷ ମଧ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହିଥିଲେ ଏବଂ ଜୋମାଟୋ ଡେଲିଭରି ବାଳକ ଜଣଙ୍କ ନିଜ ପର୍ସ ହରାଇବା ପରେ ମଧ୍ୟ ଖାଦ୍ୟ ଦେବାକୁ ତାଙ୍କ ଘରକୁ ଆସିଥିଲେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *