ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ପୁଣି ଖାତାକୁ ଯିବୁ ୧୫ ହଜାର ଟଙ୍କା । ଜାଣି ରଖନ୍ତୁ କାହାକୁ ମିଳିବ ।

ଆଜି ଆଉ ଏକ ବଡ଼ ଘୋଷଣା କଲେ ରାଜ୍ୟ ସରକାର । ଯାହା ଅନୁଯାୟୀ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୫୦୦୦ ଟଙ୍କା ପଠାଯିବ ବୋଲି ଘୋଷଣା କରାଯାଇଛି । ତେବେ ଚାଲନ୍ତୁ ଜାଣିବା ଯେ କେଉଁମାନେ ୧୫୦୦୦ ଟଙ୍କା ପାଇବେ । କହିରଖିବୁ ଯେ ରାଜ୍ୟ ସରକାର ବିଭିନ୍ନ ସମୟରେ ସବୁ ଜନସାଧାରଣଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିଥାନ୍ତି ।

ଆଉ ବର୍ତ୍ତମାନ ହିତାଧିକାରୀଙ୍କ ନିମନ୍ତେ ଯୋଜନା କରିଛନ୍ତି । ଏହି ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପରେ ହିତାଧିକାରୀ ମାନେ ଖୁସି ହୋଇଯିବେ । କାରଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧୫୦୦୦ ଟଙ୍କା ଯିବ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ପୂର୍ବରୁ ରାଜ୍ୟ କ୍ୟାବିନେଟରେ SHG ମହିଳା ମାନଙ୍କ ପାଇଁ ଖୁସି ଖବର ଆସିଥିଲା ।

ଆଉ ସେମାନଙ୍କୁ ସହାୟତା ବାବଦରେ ୩୦୦୦ ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଥିଲା । SHG ମହିଳା ମାନେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ନିଷ୍ପତ୍ତି ବହୁତ ଖୁସି ଅଛନ୍ତି । ଆଉ ଏଥିରେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ଆଶା ମଧ୍ୟ ରଖିଛନ୍ତି । ମିଶନ ଶକ୍ତିରେ ଥିବା ମା’ ମାନଙ୍କ ପାଇଁ ରାଜ୍ୟ ସରକାର ୩୦୦୦ ଟଙ୍କା ଲେଖାଏଁ ଘୋଷଣା କରିଥିଲେ ।

ବର୍ତ୍ତମାନ ରାଜ୍ୟ ସରକାର ଆଉ ଏକ ଯୋଜନା କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ସେମାନଙ୍କୁ ୧୫୦୦୦ ଟଙ୍କା ମିଳିବ । ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ଘୋଷଣା କରିଛନ୍ତି । ଏହାବ୍ୟତୀତ ହଷ୍ଟେଲ ମ୍ୟାଟ୍ରନ ମାନଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।

ରାଜ୍ୟର ବିଭିନ୍ନ ହଷ୍ଟେଲରର କାର୍ଯ୍ୟରତ ମ୍ୟାଟ୍ରନ ମାନଙ୍କ ପାଇଁ ପାରିଶ୍ରମିକ ରାଶିରେ ରାଜ୍ୟ ସରକାର ବୃଦ୍ଧି ଘୋଷଣା କରିଛନ୍ତି । ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ସଂସ୍ଥା ତଥା ପଛୁଆ ବର୍ଗ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କାର୍ଯ୍ୟରତ , ମହିଳା ମ୍ୟାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ଏହି ବିଷୟରେ ଘୋଷଣା କରାଯାଇଛି ।

ଯଦି କୌଣସି କାରଣରୁ କୌଣସି ହଷ୍ଟେଲ ମ୍ୟାଟ୍ରନଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ ବୋଲି ଘୋଷଣା କରାଯାଇଛି । ସେହିଭଳି ୬୦ ବର୍ଷରେ କାର୍ଯ୍ୟରୁ ନିବୃତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

Leave a Reply

Your email address will not be published. Required fields are marked *