ଘର ପାଖରେ ଏହି ଗଛ ଗୁଡ଼ିକ ଉଠିବା ଅତ୍ୟନ୍ତ ଶୁଭ ହୋଇଥାଏ , ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ

ଆମ ଆଖପାଖରେ ଅନେକ ଗଛ ରହିଥାଏ । ଯାହା ଆମ ଉପକାରରେ ଆସିଥାଏ । ଏହାବ୍ୟତୀତ ଆହୁରି ଅନେକ କିଛି ଗଛ ରହିଥାଏ , ଯାହା ଉଠିଥାଏ ଆଉ କିଛି ଦିନ ମଧ୍ୟରେ ମରି ଯାଇଥାଏ । ତେବେ ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁଯାୟୀ , ଏପରି କିଛି ଗଛ ରହିଛି , ଯାହା ଘରେ ଉଠିବା ଦ୍ଵାରା ଲୋକଙ୍କର ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ ।

ଶାସ୍ତ୍ର ଅନୁଯାୟୀ , ଯଦି ଆପଣଙ୍କ ଘର ପାଖରେ କୌଣସି ଗଛ ଶୁଖି ଯାଉଛି , ତେବେ ଆପଣ ଜାଣି ନିଅନ୍ତୁ ଯେ , କିଏ ତାନ୍ତ୍ରିକ କାମ କରିଛନ୍ତି । ତେଣୁ ତୁରନ୍ତ ପୂଜା ପାଠ କରାଇ ନିଅନ୍ତୁ ।

ଏହାବ୍ୟତୀତ ଯଦି ଆପ ଘର ପାଖରେ ଏପରି ଗଛ ଉଠୁଛି , ଯାହା ଆପଣଙ୍କ ଘରେ ନକରାତ୍ମକତା ଭରିଦେବ , ତେବେ ତୁରନ୍ତ ଏହାକୁ ଉପାଡ଼ି ଦିଅନ୍ତୁ । ନକରାତ୍ମକତା ଶକ୍ତି ଆପଣଙ୍କ ଘରେ ଦୁଃଖ , ଝଗଡା , ଧନ କ୍ଷୟ ଆଦି କରିଥାଏ ।

ତେବେ ଏହାବ୍ୟତୀତ ଏପରି କିଛି ଗଛ ଅଛି , ଯାହା ଆପଣଙ୍କ ଘର ପାଖରେ ଉଠିଲେ , ଜାଣି ନେବେ ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି ଆଉ ଆପଣ ଧନବାନ୍ ହେବାକୁ ଯାଉଛନ୍ତି ।

ପ୍ରଥମଟି ହେଉଛି ତୁଳସୀ ଗଛ :- ଯଦି ତୁଳସୀ ଗଛ ଆପଣଙ୍କ ଘରେ ଅଛି , ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଏହା ବ୍ୟତୀତ ନକରାତ୍ମକ ଆପଣଙ୍କ ଘରେ ପ୍ରବେଶ କରି ପାରେ ନାହିଁ । ଆଉ ଯଦି ଏହା ଆପେ ଆପେ ଆପଣଙ୍କ ଘର ପାଖରେ ଉଠୁଛି , ତେବେ ଜାଣି ନିଅନ୍ତୁ ଆପଣଙ୍କ ଘରକୁ ମାଆ ଲକ୍ଷ୍ମୀ ପ୍ରବେଶ କରିଛନ୍ତି ।

ଦ୍ଵିତୀୟରେ କଦଳୀ ଗଛ:- କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ୍ କରିଥାନ୍ତି । ଏହାକୁ ପୂଜା କରିବା ଦ୍ୱାରା ଅନେକ ସୁଖ ଶାନ୍ତି ମିଳିଥାଏ । ଆଉ ଯଦି ଏହା ଆପଣଙ୍କ ଘର ପାଖରେ ଆପେ ଆପେ ଉଠି ଯାଉଛି , ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ତୃତୀୟରେ ଅଶୋକ ଗଛ :- ଏହା ଘରେ ରହିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମଧ୍ୟ ଅନେକ ନକାରାତ୍ମକ ଶକ୍ତିରୁ ଘରକୁ ରକ୍ଷା କରିଥାଏ ।

ନିମ୍ବ ଗଛ :- ଏହା ମଧ୍ୟ ଘର ପାଖରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *