କିପରି ତାୱା ରଖିଲେ ଘର ଭିତରକୁ ଲକ୍ଷ୍ମୀ ପ୍ରବେଶ କରିବେ ଜାଣନ୍ତୁ ଏହି ବିଷୟରେ।

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଦାରିଦ୍ର୍ୟତା ଘର ଭିତରେ ପ୍ରବେଶ କରିବା ନାହିଁ।

ମନୁଷ୍ୟ ଜୀବନ ଅନେକ ସୁଖ ଦୁଃଖ ହାନି ଲାଭ ଦେଇ ଗତି କରିଥାଏ। ମନୁଷ୍ୟ ଯେତେବେଳେ ଦାରିଦ୍ର୍ୟତା ର ଶିକାର ହୋଇଥାଏ ସେତେବେଳେ ସେ ନିଜର ସର୍ବସ୍ବ ହରାଇ ଦେଇଥାଏ। ଯେଉଁ ଲୋକମାନେ ଟଙ୍କା ସମୟରେ ପାଖରେ ଥାନ୍ତି ହେଲେ ଦାରିଦ୍ର୍ୟତା ସମୟରେ ଏଡେଇ ହୋଇ ଚାଲି ଯାଆନ୍ତି। ତେବେ କାହାର ପ୍ରବେଶ ପରେ ଘରୁ ଦାରିଦ୍ର୍ୟତା ଦୁରେଇ ଯିବା ଏବଂ ଗରିବ ଲୋକ ମଧ୍ୟ ଧନୀ ହୋଇ ଯିବ ସେ ବିଷୟରେ କହିବାକୁ ଯାଉଛୁ।

କୁହାଯାଏ ଯେ ଯଦି ଘରକୁ ଆପଣ ସଫା ସୁତୁରା ରଖାଯାଏ ତେବେ ସେହି ଘରକୁ ମାଆ ଲକ୍ଷ୍ମୀ ପ୍ରବେଶ କରନ୍ତି। ତେବେ ମାଆ ଲକ୍ଷ୍ମୀଙ୍କ ଆଗମନ ପରେ ଧନ ବଢିଥାଏ। ବିଶେଷ କରି ରୋଷେଇ ଘରକୁ ସବୁଠାରୁ ସଫା ଏବଂ ବ୍ୟବସ୍ଥିତ ରଖିବା ଉଚିତ, ସବୁ ଜିନିଷ ସଠିକ ଜାଗାରେ ନରଖିଲେ ରୋଷେଇ ଘର ଅସନା ଦେଖାଯାଇ ଥାଏ ଯାହା ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କେବେ ହେଲେ ମଧ୍ୟ ଅସନା କଢେଇରେ ରୋଷେଇ କରନ୍ତୁ ନାହିଁ। କାରଣ ଏହା ଶରୀର ପାଇଁ ହାନି କାରକ ହୋଇଥିବା ବେଳେ ଘରେ ଦରିଦ୍ରତା ଆସିଥାଏ।

ତାୱା ସମସ୍ତଙ୍କ ଘରେ ରହିଥିବା। ତାୱାରେ ଅନେକ ଖାଦ୍ୟ ଜିନିଷ ରୁଟି ଠାରୁ ଆରମ୍ଭ କରି ଚକୁଳି ପର୍ଯ୍ୟନ୍ତ ସବୁ ଜିନିଷ ପ୍ରସ୍ତୁତି କରାଯାଏ। ତେବେ ଏହି ତାୱାକୁ କିପରି ସଠିକ ରୂପେ ବ୍ୟବହାର କରାଯିବା ଉଚିତ ଏବଂ କିପରି ରୋଷେଇ ଘରେ ରଖାଯିବ ଦରକାର ସେ ବିଷୟରେ କହିବାକୁ ଯାଉଛୁ।

୧. ତାୱା ହେଉ ଅବା କଢେଇ କେବେ ବି ସାମ୍ନାରେ ରଖନ୍ତୁ ନାହିଁ ଏହା କରିବା ଦ୍ଵାରା ଦୋଷ ଲାଗିଥାଏ। ଏଥିସହିତ ତାୱା କେବେ ଓଲଟା ରଖନ୍ତୁ ନାହିଁ ଏହା ଘରେ ଦରିଦ୍ରତା ଆଣିଥାଏ। ତାୱା ହେଉ ବା କଢେଇକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ କାହାର ନଜର ନ ପଡିବ।

୨. ସାକାଳେ ହେଉ ବା ସନ୍ଧ୍ୟାରେ ଯେବେ ବି ଆପଣ ତାୱା ବ୍ୟବହାର କରୁଛନ୍ତି ତେବେ ପ୍ରଥମେ ଟିକେ ଲୁଣ ପକେଇ ପୁରା ଜାଗା ସଫା କରି ଦିଅନ୍ତୁ ଏହା ପରେ ପ୍ରଥମେ ଗୋଟେ ଛୋଟ ରୁଟି ବନାନ୍ତୁ ଏହାକୁ କୌଣସି ଏମିତିକା ଜାଗାରେ ରଖନ୍ତୁ ଯେଉଁଠି ପିମ୍ପୁଡି ଥିବେ ଏହା ଛଡା ପ୍ରଥମ ରୁଟି ଗାଈକୁ ଦବା ପାଇଁ ବାହାରେ ରଖି ଦିଅନ୍ତୁ, ସବୁ ରୁଟି ବନେଇଲା ପରେ ଗୋଟେ ଅନ୍ତିମ ରୁଟି କୁକୁର ବା କାଉ ପାଇଁ ବନାନ୍ତୁ।

Leave a Reply

Your email address will not be published. Required fields are marked *