ବିହାରରେ ଇଣ୍ଟର ପରୀକ୍ଷା ସମୟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଲେ ଛାତ୍ରୀ, ପରୀକ୍ଷା କେନ୍ଦ୍ରରେ ଖୁସି ମନାଇଲେ ସମସ୍ତେ…

ଅଧିକାଂଶ ରାଜ୍ୟରେ ବୋର୍ଡ ପରୀକ୍ଷା ସାଧାରଣତଃ ଫେବୃଆରୀ ଓ ମାର୍ଚ୍ଚ ମାସରେ ହୋଇଥାଏ । ବର୍ତ୍ତମାନ ସମୟରେ ବିହାରରେ ଇଣ୍ଟର ପରୀକ୍ଷା ଚାଲିଛି ।

ଏଥିମଧ୍ୟରେ ଭାଗଲପୁରରେ ପରୀକ୍ଷା ସମୟରେ ଜଣେ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାରେ ରହିଛି । ବିହାରର ଅସାନନ୍ଦପୁରର ଉର୍ଦ୍ଦୁ ବାଳିକା ବିଦ୍ୟାଳୟରେ ଇଣ୍ଟରମିଡ଼ିଏଟ ପରୀକ୍ଷା ସମୟରେ ଜଣେ ଛାତ୍ରୀ ପ୍ରସବ ପୀଡ଼ା ଅନୁଭବ କଲେ । ଏହା ପରେ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଗଲା ଏବଂ ସେଠାରେ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଝିଅଟି ଉର୍ଦ୍ଦୁ ଉଚ୍ଚ ବିଦ୍ୟାଳୟରେ ଇଣ୍ଟର ପରୀକ୍ଷା ଦେବାକୁ ଆସିଥିଲା । ଏହି ସମୟରେ ସେ ପ୍ରସବ ପୀଡ଼ା ଅନୁଭବ କରିଥିଲା । ଯାହା ପରେ କେନ୍ଦ୍ର ଅଧୀକ୍ଷକ ତୁରନ୍ତ ଏକ ସରକାରୀ ଆମ୍ବୁଲାନ୍ସକୁ ଡାକି ତାଙ୍କୁ ସଦର ହସ୍ପିଟାଲକୁ ପଠାଇଲେ ଏବଂ ସେଠାରେ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ । ଏହାପରେ ପରୀକ୍ଷା କେନ୍ଦ୍ରରେ ମିଠା ବଣ୍ଟନ କରାଗଲା ଏବଂ ଜୁନ୍ ମାସରେ ଅନୁଷ୍ଠିତ ହେବାକୁ ଥିବା ବିଶେଷ ପରୀକ୍ଷାରେ ଛାତ୍ରୀ ସାମିଲ୍ ହୋଇପାରିବେ ବୋଲି ଡିଇଓ କହିଛନ୍ତି ।

ତେବେ ଏହି ମାମଲାରେ ଉର୍ଦ୍ଦୁ ବାଳିକା ବିଦ୍ୟାଳୟର କେନ୍ଦ୍ର ଅଧକ୍ଷକ ଅମ୍ବିକା ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ ଦ୍ୱିପ୍ରହର ପ୍ରାୟ 3.30 ସମୟରେ ଛାତ୍ରୀ ରୂପା କୁମାରୀ ପ୍ରସବ ପୀଡ଼ା ଅନୁଭଵ କଲା । ଏହା ପରେ ସେ ବିଳମ୍ବ ନକରି ତୁରନ୍ତ ଫୋନ୍ କଲେ ଏବଂ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍ସ ପଠାଇ ଛାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଗଲା ଏବଂ ଡାକ୍ତରଖାନାରେ ସେ ପ୍ରାୟ 4:30 ସମୟରେ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଲା ।

ଏଥି ସହିତ ଛାତ୍ରୀ ପିଲାଟିକୁ ଜନ୍ମ ଦେବା ପରେ ସଦର ଏସଡିଓ ଧନଞ୍ଜୟ କୁମାର କହିଛନ୍ତି ଯେ ଉଭୟ ରୂପା ଏବଂ ତାଙ୍କ ଝିଅ ସୁସ୍ଥ ଅଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ପରୀକ୍ଷାର୍ଥୀ ରୂପା ନାଥନଗର ନିବାସି ମୁକେଶଙ୍କ ଝିଅ ଏବଂ ସେ ସୁଖରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟେ । ତେବେ ରୁପାଙ୍କ ମା ଗୀତା କୁମାରୀ କହିଛନ୍ତି ଯେ ଶିଶୁକନ୍ୟା ଜନ୍ମକୁ ନେଇ ସମସ୍ତେ ଖୁସି ଅଛନ୍ତି ଏବଂ ଝିଅର ନାମ ଛୋଟି ରଖାଯାଇଛି ।

Leave a Reply

Your email address will not be published. Required fields are marked *