ସପ୍ତାହକୁ ୨ଥର ପିଅନ୍ତୁ। ଥାଇରଏଡ଼ ମୂଳରୁ ଶେଷ ହୋଇଯିବ।

ଆଜି ଆମେ ଆପଣଙ୍କୁ ଏକ ଏପରି ଚମତ୍କାରି ଉପାୟ କହିବୁ ଯାହାର ସେବନ ଦ୍ଵାରା ଥାଇରଏଡ଼ ମୂଳରୁ ଶେଷ ହୋଇଯିବ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଓ ସେବନ ବିଷୟରେ।

ଆଜିର ଏହି ଉପାୟକୁ ବନେଇବା ପାଇଁ ସର୍ବ ପ୍ରଥମ ଜିନିଷ ଆବଶ୍ୟକ ହେଉଛି ଧନିଆ ପତ୍ର। ଏହାକୁ ଭଲରେ ସଫା କରି ଦିଅନ୍ତୁ। ଯେଉଁ ମାନଙ୍କ ଥାଇରଏଡ଼ ନିୟନ୍ତ୍ରଣରେ ନାହିଁ ସେମାନଙ୍କ ପାଇଁ ଏହା ବହୁତ୍ ଅଧିକ ଲାଭ ଦାୟକ ହୋଇଥାଏ। ଯାହାର କବଜ୍ ପରି ସମସ୍ୟା ଥାଏ ସେମାନେ ମଧ୍ୟ ଏହି ଉପାୟ ଆପଣେଇ ପାରିବେ ଓ ଏହା ସହ ଗଣ୍ଠି ବାତ ଭଳି ସମସ୍ୟା ମଧ୍ୟ ଏହା ସମାଧାନ କରିଥାଏ। ଚର୍ବି ବା ମୋଟା ପଣ ଲାଗି ମଧ୍ୟ ଏହା ରାମବାଣ ଅଟେ।

ପ୍ରଥମେ କିଛି ଧନିଆ ପତ୍ରକୁ ୪ରୁ ୫ଥର ଭଲ ଭାବରେ ଧୋଇ ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡରରେ ରଖନ୍ତୁ ଓ ସୌନ୍ଧବ୍ୟ ଲୁଣ ମିଶାନ୍ତୁ। ଏହି ଲୁଣ ଆପଣଙ୍କୁ କୌଣସି ବଣିଆ ଦୋକାନରେ ଅତି ସହଜରେ ମିଳିଯିବ। ଏହାକୁ ଗୁଣ୍ଡ କରି ଏଥିରେ ମିଶେଇ ପାରିବେ। ଲୁଣ ଭିତରେ ଥିବା ଆୟୋଡ଼ିନ ବହୁତ୍ ମାତ୍ରାରେ ଉପକାରୀ ହୋଇଥାଏ। ଥାଇରଏଡ ରୋଗୀ ଏହି ଲୁଣକୁ ବ୍ୟବହାର କରିବା ଉଚିତ୍ ଓ କେବଳ ଦୁଇ ଚିମୂଟା ଲୁଣ ଆପଣ ଏଥିରେ ପକାନ୍ତୁ।

ଏଥିପାଇଁ ଗୋଲମରିଚର ଆବଶ୍ୟକତା ରହିବ କେବଳ ୩ଟି ଗୋଲମରିଚ ଆପଣ ଏଥିରେ ପ୍ରୟୋଗ କରିପାରିବେ। ଅଧିକ ଗୋଲମରିଚ ଆପଣଙ୍କୁ କଡା ଲାଗିପାରେ। ଏହାପରେ ଅଧା କପ୍ ପାଣି ମିଶାନ୍ତୁ ଓ ଏହାକୁ ପେଶି ଦିଅନ୍ତୁ। ଏବେ ଏଥିରେ ଅଧା ଗ୍ଲାସ୍ ପାଣି ଆପଣ ଢାଳନ୍ତୁ। ଏହାକୁ ଆପଣ ଏକ କପ୍ କୁ ଛାଣି ଦିଅନ୍ତୁ।

ଥାଇରଏଡ ପାଇଁ ଏହା ବହୁତ୍ ଅଧିକ ଲାଭ ଦାୟକ ହୋଇଥାଏ। ଛାଣିବା ପରେ ଏଥିରେ ଫାଳେ ଲେମ୍ବୁରସ ପ୍ରୟୋଗ ଆପଣ କରନ୍ତୁ। ଏହା ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣ କରିବ। ଏହାକୁ ଭଲ ଭାବରେ ମିଶାଇ ଆପଣ ସେବନ କରନ୍ତୁ। ଏହାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରିପାରିବେ। ପ୍ରତିଦିନ ଆପଣଙ୍କୁ ଏହାର ସେବନ କରିବାର ନାହିଁ। ସପ୍ତାହକୁ ୨ରୁ ୩ଥର ଆପଣ ନିହାତି ସେବନ କରନ୍ତୁ। ଏହାକୁ ଆପଣ ଔଷଧ ଖାଇବା ପରେ ମଧ୍ୟ ସେବନ କରିପାରିବେ।

ଯଦି ଧନିଆ ପତ୍ର ନାହିଁ ତେବେ ଦ୍ୱିତୀୟ ଉପାୟ ଟି ଜାଣି ରଖନ୍ତୁ। ଯାହା ହେଉଛି ଗୋଟା ଧନିଆ ଏକ ଚାମଚ ଏକ ଗ୍ଲାସରେ ରଖନ୍ତୁ। ଏଥିରେ ଏକ ଗ୍ଲାସ୍ ପାଣି ଢ଼ାଳନ୍ତୁ। ରାତିରେ ଏହି ଧବିଆକୁ ଆପଣ ଭିଜେଇ ରଖନ୍ତୁ। ସକାଳୁ ଆପଣ ଏହି ପାଣିରେ ଫାଳେ ଲେମ୍ବୁ ରସ ମିଶେଇ ଖାଲି ପେଟରେ ସେବନ କରନ୍ତୁ। ଏହାକୁ ଯଦି ଆରମ୍ଭରୁ ଆପଣ ବ୍ୟବହାର କରିବେ ତେବେ ଆପଣଙ୍କ ଥାଇରଏଡ ରୋଗ ସମ୍ପୂର୍ଣ ଭଲ ହୋଇଯିବ। ଯେଉଁ ମାନଙ୍କ ଏହି ରୋଗ ପୁରୁଣା ତେବେ ଔଷଧ ସାଙ୍ଗକୁ ଏହାକୁ ଆପଣଙ୍କୁ ସେବନ କଲେ ଆପଣଙ୍କ ସମ୍ପୂର୍ଣ୍ଣ ଭାବରେ ଏହି ରୋଗ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *