ଗର୍ଭ-ବତୀ ସ୍ତ୍ରୀକୁ ବସଷ୍ଟାଣ୍ଡରେ ଛାଡ଼ି ଅନ୍ୟ ଯୁବତୀ ସହ ଫେ-ରାର ହେଲା ସ୍ୱାମୀ । ଘ-ଟଣା ଜାଣି ହେବେ ଆଶ୍ଚର୍ଯ୍ୟ ।

ବାସ୍ତବରେ ଏ ଦୁନିଆ ଯେମିତି ଦେଖା ଯାଉଛି , ସେମିତି ଆଦୋୖ ନୁହେଁ । ଭଦ୍ର ମୁଖା ତଳେ ଯେ ଏଭଳି ରା-କ୍ଷସ ରୂପ ଥାଇପାରେ ତାହା କେହି ଜାଣିବା ବୁଝିବା ଆଗରୁ ସବୁକିଛି ଛାର-ଖାର ଛିନଛତ୍ର ହୋଇଯାଏ । କେତେ ଆଶା କେତେ ଭରସା ଏବଂ ବିଶ୍ୱାସ ମାଟିରେ ମିଶିଯାଏ । ଆଉ ସେତେବେଳେ ଅବଶୋଷର କଣ ବା ଲାଭ ? କୁହାଯାଏ ଆଜିକା ଦୁନିଆରେ କାହାକୁ ବିଶ୍ୱାସ କରିବା ପୂର୍ବରୁ ମଧ୍ୟ ଏକ ପାଦ ପଛକୁ ଆସି ଚିନ୍ତା କରିବା ଉଚିତ କାରଣ ଆଜିକା ସମୟରେ ମଣିଷର ସ୍ୱାର୍ଥ ଠାରୁ ବଡ଼ ଆଉ କିଛିବି ନାହିଁ । ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣେ ନାରୀ ଜୀବନର ସବୁଠାରୁ ବଡ଼ ଖୁସି ହୋଇଥାଏ ମା’ ହେବା । ଆଉ ଜଣେ ମା’ ହେବାକୁ ଜଣେ ମହିଳା ସେତେବେଳେ ନିଷ୍ପତ୍ତି ନେଇଥାଏ ଯେତେବେଳେ ସେ ମାନସିକ ଭାବରେ ପ୍ରସ୍ତୁତ ଥାଏ ଏବଂ ତାର ସ୍ୱାମୀର ସହଯୋଗ ଥାଏ । ଯେଉଁ ବିଶ୍ୱାସ ନେଇ ସେ ବେଦୀରେ ବସି ଯେଉଁ ମଣିଷର ହାତ ଧରିଥାଏ ସେ ଯଦି ଅଧା ବାଟରେ ତାକୁ ଛାଡ଼ି ଚାଲିଯାଏ ତେବେ ଏଭଳି ଏକ ଦୁର୍ଘ-ଟଣାକୁ କେହିବି ସ୍ତ୍ରୀ ଗ୍ରହଣ କରିବା ବେଶ କଷ୍ଟକର ଅଟେ ।

ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଥିବା ଘ-ଟଣା ଅନୁଯାୟୀ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ବସଷ୍ଟାଣ୍ଡରେ ଛାଡ଼ି ଅନ୍ୟ ଯୁବତୀ ସହିତ ଫେ-ରାର ହୋଇ ଯାଇଛନ୍ତି । ଯାହାକି ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ମହିଳା ଜଣକ ଆଠ ମାସର ଗର୍ଭ-ବତୀ ଅଟନ୍ତି । ଏଠାରେ ମଧ୍ୟ ଘଟାଣ ଏହା ଯେ ପ୍ରଥମେ ପ୍ରେମ ବିବାହ ଆଉ ତାପରେ ଗର୍ଭ-ବତୀ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେ-ରାର ।

କଥାଟା ଶୁଣିବାକୁ ଯେତେ ସହଜ ଲାଗୁଛି ସେତେ ସ୍ତ୍ରୀ ପ୍ରତି କଷ୍ଟକର ଅଟେ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବସଷ୍ଟାଣ୍ଡରେ । ତେବେ ଏହା ଏଇ କିଛିଦିନ ନୁହେଁ ବରଂ ଦୀର୍ଘ ଏକ ମାସ ହେବ ଏହି ଯୁବତୀ ମହିଳା ଜଣକ ବସଷ୍ଟାଣ୍ଡରେ ଘୁରି ବୁଲୁଛନ୍ତି । ସ୍ୱାମୀଙ୍କ କଥା ପଚାରିଲା ବେଳକୁ କିଛି ଜାଣିନାହିଁ ବୋଲି କହୁଛି ।

ତେବେ ମହିଳା ଜଣକର ନାମ ହେଉଛି ମମତା ଗୋମଙ୍ଗ ଏବଂ ଘର ଗଜପତି ଜିଲ୍ଲାର ରାମଗିରି ଅଞ୍ଚଳରେ । ସେ ଆଠ ମାସର ଗର୍ଭ-ବତୀ ହୋଇଥିବାରୁ ତାଙ୍କ ସ୍ୱାମୀ ମେଡିକାଲ ଚେକଅପ ପାଇଁ ଆଣି ତାଙ୍କୁ ବସଷ୍ଟାଣ୍ଡରେ ଛାଡ଼ିଦେଇ ଚାଲି ଯାଇଥିଲେ । ତେବେ ଏନେଇ ପ୍ରଶାସନିକ ଅଧିକାରୀ ମାନେ ଖବର ପାଇ ଏହି ମହିଳା ଜଣକୁ ଉ-ଦ୍ଧାର କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯେ ମମତାଙ୍କ ସ୍ୱାମୀ କେଉଁ କାରଣରୁ ତାଙ୍କୁ ଛାଡ଼ି ଯାଇଥିଲେ ଏବଂ ତାଙ୍କ ପାଖକୁ କେବେ ଫେରୁଛନ୍ତି । କାରଣ ଏଭଳି କିଛି ପୁରୁଷଙ୍କ ପାଇଁ ସମଗ୍ର ପୁରୁଷ ଜାତିହିଁ ବଦ-ନାମ ହୋଇ ରହିଛି ।

Leave a Reply

Your email address will not be published. Required fields are marked *