ଅଣ୍ଡାମାନ ଚାଲି ଯାଇଛନ୍ତି ବାବୁଶାନ ଏବଂ ସାଥିରେ ଅଛନ୍ତି ପକୃତି ମିଶ୍ର …..!

ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ମାମଲା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ଦୁହିଁଙ୍କ ଆଫେୟରକୁ ପର୍ଦାଫାସ କରି ପ୍ରକୃତିଙ୍କୁ ରାସ୍ତାରେ ମା-ଡ଼ ମାରିଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ ବିରୋଧ କରିଛନ୍ତି । ତେବେ ଏହାକୁ ନେଇ ମାମଲା ବର୍ତ୍ତମାନ ଜୋର ଧରିଛି ।

ତେବେ ବର୍ତ୍ତମାନ ସମୟରେ ଏକ ଖବର ଶୁଣିବାକୁ ମିଳୁଛି ଯେ ବାବୁଶାନ ଆଣ୍ଡାମାନ ଚାଲି ଯାଇଛନ୍ତି ଏବଂ ତାଙ୍କ ସାଥିରେ ପ୍ରକୃତି ମିଶ୍ର ଅଛନ୍ତି । କାରଣ ଚେନ୍ନାଇର ସେହି ଗୋଟିଏ ହୋଟେଲରେ ରହିଥିବା ବାବୁଶାନ ଏବଂ ପ୍ରକୃତି ସେଠାରୁ ଚେକଆଉଟ କରି ଯାଇଛନ୍ତି । ତେବେ ସନ୍ଦେହ କରିବାର କାରଣ ଏହା ଯେ ଉଭୟଙ୍କ ରୁମର କାନ୍ଥର ରଙ୍ଗ ସମାନ ଥିଲା । ଅର୍ଥାତ ଉଭୟେ ଗୋଟିଏ ହୋଟେଲରେ ଥିଲେ ।

ତେଣୁ ଉତ୍କଳ ଦିବସ ଅବସରରେ ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରେ ବାବୁଶାନ ଯୋଗ ଦେଇ ନାହାଁନ୍ତି । ତେଣୁ ଏହାର କାରଣ ଏପରି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଇଛି । ପୁଣି ଏପଟେ ଏପରି ଲାଗୁଛି ଯେ ପାରିବାରିକ କଳହକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ବିଷୟରେ ବୋଧହୁଏ ବାବୁଶାନ କିଛି କହିବାକୁ ଚାହୁଁ ନାହାଁନ୍ତି । ଅନ୍ୟ ପଟେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଏବଂ ତାଙ୍କ ମା କ୍ରିଷ୍ଣା ଯେତେବେଳେ ଚେନ୍ନାଇରେ ପହଞ୍ଚିଥିଲେ ସେତେବେଳେ ସେମାନେ ତାଙ୍କୁ ଦେଖା କରି ପଳେଇ ଆସିଥିଲେ ।

 

ତେବେ ବର୍ତ୍ତମାନ ସୂଚନା ଏହା ଯେ ବାବୁଶାନ ଏବଂ ପ୍ରକୃତି ଉଭୟେ ଓଡ଼ିଶା ଫେରି ନାହାଁନ୍ତି । ଏପଟେ ଜୁଲାଇ ୩୦ ରେ ବାବୁଶାନଙ୍କ ଜନ୍ମଦିନ ମଧ୍ୟ ରହିଛି । ତେବେ ତାଙ୍କ ଜନ୍ମଦିନ ପାଇଁ ପୂର୍ବରୁ ପ୍ଲାନ ଥିବା ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ କହିଛନ୍ତି । ଏପରି ଲାଗୁଛି ଯେପରି ଉଭୟେ ଜନ୍ମଦିନ ପାଇଁ ପୂର୍ବ ପ୍ଲାନ ମୁତାବକ ଅଣ୍ଡାମାନ ଚାଲି ଯାଇଛନ୍ତି ଏବଂ ମାମଲା ଥଣ୍ଡା ହେବାପରେ ଉଭୟେ ଫେରିବେ । ତେବେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବରଂ ଅନୁମାନ କରାଯାଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *