ଏଥିପାଇଁ ଆଜେକ୍ସଙ୍କୁ ପଟାଇ ଥିଲେ ଜିଜ୍ଞାସା , ଦେହ ସୁଖ ତାଙ୍କୁ କରି ଦେଇଥିଲା ପାଗଳ

ବର୍ତ୍ତମାନ ସମୟରେ ପ୍ରେମର ମାନେ ଆଉ କିଛି ନାହିଁ । ଲୋକେ ପ୍ରେମ ଖାଲି ନାମକୁ କରୁଛନ୍ତି କିନ୍ତୁ ତାକୁ ଆଉ କିଛି ଉପାୟରେ ଉପଯୋଗ କରିବାରେ ଲାଗିଛନ୍ତି । ତେବେ ଏପରି ସ୍ଥିତିରେ ବର୍ତ୍ତମାନ ସମୟରେ ପ୍ରେମର ରଙ୍ଗ ଆଉ କିଛି ହୋଇ ଯାଇଛି ବୋଲି ସମସ୍ତେ ଅନୁଭବ କରି ପାରିଥିବେ । ବର୍ତ୍ତମାନ ସମୟରେ ସହରର ଚାରିଆଡ଼େ ଗଢ଼ି ଉଠୁଛି ଓୟୋ ରୁମ୍ । ଆଉ ସେଠାକୁ ଯାଉଛନ୍ତି ହଜାର ହଜାର ପ୍ରେମିକ ପ୍ରେମିକା । ଗୋଟିଏ ରାତି କଟାଇ ଦେଇ ସେଠାରେ ଆସିଲେ ତାଙ୍କର ସବୁ ନିଶା ଓହ୍ଲାଇ ଯାଉଛି ଆଉ ମନ ଖୁସିରେ ଘରକୁ ଫେରି ଆସୁଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଜଣା ପଡୁଛି କି , ପ୍ରେମର ଅନ୍ୟ ନାମ ଶାରୀ-ରିକ ସମ୍ପ-ର୍କ ହୋଇ ଯାଇଛି ।

ତେବେ ଠିକ୍ ଏପରି କିଛି କାମ କରିବା ପାଇଁ ଡିଜେ ବୟ ଆଜେକ୍ସଙ୍କୁ ପଟାଇ ଥିଲା ଜିଜ୍ଞାସା । ନିଜ ପୁରୁଣା ଡାକ୍ତର ପ୍ରେମିକ ଯିବା ପରେ ତା ପାଖରେ ଆଉ କେହି ନଥିଲେ । ଯାହା ପାଖରୁ ସେ ଦେହ ସୁଖ ପାଇ ପାରିବ । ତେଣୁ ଏପରି କିଛି ଯୋଜନା କରି ସେ ଆଜେକ୍ସଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲା । ତେବେ ଏକଦା ତାଙ୍କ କଲେଜ ରେ ହେଉଥିବା ଗୋଟିଏ ପ୍ରୋଗ୍ରାମକୁ ଯାଇଥିଲେ ଆଜେକ୍ସ । ସେଠାରେ ଗୋଟିଏ ଦେଖାରେ ହିଁ ମନ ଦେଇ ବସିଥିଲା ଜିଜ୍ଞାସା । ପ୍ରଥମେ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ଆଉ ତାପରେ ନମ୍ୱର୍ ଦିଆ ନିଆ । ଆଉ ଧିରେ ଧିରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ ।

ଅନ୍ୟ ପକ୍ଷରେ ଏପରି ସମ୍ପ-ର୍କରେ ଆଜେକ୍ସ ପୁରାପୁରି ସିରୀୟସ ଥିଲେ । ଯେଉଁ ପ୍ରେମିକାକୁ ସେ ଏତେ ଭଲ ପାଉଛନ୍ତି , ତାଙ୍କ ସହିତ ସାରା ଜୀବନ ବିତାଇବା ପାଇଁ ସ୍ବପ୍ନ ମଧ୍ୟ ଦେଖି ନେଇ ଥିଲେ ଆଜେକ୍ସ । ଡାକ୍ତରୀ ପ୍ରେମିକାକୁ ନିଜ ଘରର ବୋହୂ କରିବେ ଆଉ ମଥାରେ ସିନ୍ଦୂର ଦେଇ ଆଣିବାର ସ୍ବପ୍ନ ଦେଖିଥିଲେ ଆଜେକ୍ସ । ଆଉ ସେଥିପାଇଁ ଅନେକ ଥର ଦୁହେଁ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ । କେବଳ ଏତିକି ନୁହେଁ , ସବୁ ଥର ହଜାର ହଜାର ଟଙ୍କା ଆଜେକ୍ସ ଜିଜ୍ଞାସା ପଛରେ ଖର୍ଚ୍ଚ କରିଥିଲେ । ଅନେକ ଦାମୀ ଦାମୀ ହୋଟେଲ ଯିବା , ଖାଦ୍ୟ ଖାଇବା ଜୀବନକୁ ଉପଭୋଗ କରିବାରେ କେବେ ହେଳା କରୁ ନଥିଲେ ଆଜେକ୍ସ । ଆଉ ନିଜ ପ୍ରେମିକା ମୁଁହରେ ହସ ଫୁଟାଇବା ପାଇଁ ଚେଷ୍ଟା କରି ଚାଲିଥିଲେ ।

କିନ୍ତୁ ସେପଟେ ବର୍ଷକର ସ-ମ୍ପର୍କ ପରେ , ପୁଣି ଥରେ ଜିଜ୍ଞାସା ଜୀବନକୁ ଫେରି ଆସିଥିଲେ ଜିଜ୍ଞାସାଙ୍କ ପୁରୁଣା ପ୍ରେମିକ । ଯାହାଙ୍କ ପ୍ରେମରେ ପୁଣିଥରେ ପଡ଼ି ଯାଇଥିଲେ ଜିଜ୍ଞାସା । ଏପଟେ ଆଜେକ୍ସ ଆଉ ସେପଟେ ରଶ୍ମି । ବାସ୍ ଦୁହିଁଙ୍କ ସହିତ ବିତାଇ ଚାଲିଥିଲେ ରାତି ପରେ ରାତି । ଆଉ ଏ କଥା ମଧ୍ୟ ବହୁତ ବିଳମ୍ବରେ ଜଣା ପଡିଥିଲା ଆଜେକ୍ସଙ୍କୁ । ଯାହା ପରେ ସେ ଏହି କଥା ସହି ପାରି ନଥିଲେ । ତେବେ ଏହି କଥା ପଚାରିବା ପାଇଁ ଯାଇଥିଲେ ସେ। ଜିଜ୍ଞାସା ଘରକୁ । ଆଉ ସେଠାରେ ଜିଜ୍ଞାସା ତାଙ୍କୁ ଆସି ମାରି ଚାଲି ଯାଇଥିଲା ଚା-ପୁଡ଼ା । ଯାହା ପରେ ଆଉ ନିଜ ମନର କୋହ ଆଉ ଯ-ନ୍ତ୍ରଣା ସହି ପାରି ନଥିଲେ ଆଜେକ୍ସ । ଆଉ ହରାଇ ଦେଇଥିଲେ ନିଜର ଜୀବନ ।

Leave a Reply

Your email address will not be published. Required fields are marked *