ମାତ୍ର ୧୬ ବର୍ଷ ବୟସରେ ବନିଥିଲା ଅପରାଧ ଦୁନିଆଁର ରାଜା , କରୁଥିଲା ରକ୍ତର ବର୍ଷା : ଦୁର୍ଲଭ କଶ୍ୟପ

ଏପରି ଅନେକ ଲୋକ ରହିଥାନ୍ତି , ଯେଉଁ ମାନେ ସମୟ ଅନୁସାରେ ଅପରାଧ ଦୁନିଆଁରେ ପାଦ ରଖି ଦେଇଥାନ୍ତି । ସେମାନଙ୍କ ପରିବାରରେ ଏହି ଦୁନିଆଁରେ କେହି ନଥିଲେ ମଧ୍ୟ ସେମାନେ ସମୟ ଅନୁସାରେ ନିଜେ ଏହି ଦିଗ ପ୍ରତି ଆକୃଷ୍ଟ ହୋଇ ଯାଇଥାନ୍ତି ଆଉ ସାଜି ଯାଇଥାନ୍ତି ନର ହତ୍ୟାକାରୀ ।

ତେବେ ଏପରି ଜଣେ ମଣିଷ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ , ଯିଏ କାଳ କ୍ରମେ ପାଲଟି ଯାଇଥିଲେ ଅପରାଧ ଦୁନିଆଁର ରାଜା ଆଉ କାହାକୁ ବି କରୁ ନଥିଲେ ଖାତିର । କିନ୍ତୁ ସମୟ ଆସିଲା ସବୁକିଛି ବଦଳି ଗଲା ଆଉ ବର୍ତ୍ତମାନ ସମୟରେ ତାଙ୍କର ଆଉ ନାମ ମଧ୍ୟ ଲିଭି ଯାଇଛି । କାହିଁକି ନା ଆଉ ଏ ଦୁନିଆଁରେ ସେ ନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମଣିଷ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ନାମ ଶୁଣିଲେ ପୁରା ମଧ୍ୟପ୍ରଦେଶ କମ୍ପି ଉଠିଥାଏ ।

ସୂଚନା ଅନୁଯାୟୀ , ଉଜ୍ଜେନର ଆତଙ୍କ ସାଜିଥିଲେ ଦୁର୍ଲଭ କଶ୍ୟପ । ନଭେମ୍ବର ୮ ୨୦୦୦ ମସିହାରେ ଉଜ୍ଜେନର ଏକ ଛୋଟ ସହରରେ ଜନ୍ମ ଗ୍ରହଣ କରିଥିଲେ ଦୁର୍ଲଭ । ଗୋଟିଏ ସାଧାରଣ ପରିବାରର ପିଲା ଥିଲେ ଦୁର୍ଲଭ । ମାଆ ତାଙ୍କର ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ । କିନ୍ତୁ ପିଲା ଦିନରୁ ହିଁ ନିଜର ଆତଙ୍କର ଭୟ ସ୍କୁଲରେ ଆରମ୍ଭ କରି ଦେଇଥିଲେ ଦୁର୍ଲଭ ।

ସ୍କୁଲରେ ନିଜ ସାଙ୍ଗ ସାଥି ମାନଙ୍କୁ ଭୟଭୀତ କରି ଦେଉଥିଲେ ସେ । ଆଉ ଏହାପରେ ଧିରେ ଧିରେ ନିଜର ଏକ ଗ୍ୟାଙ୍ଗ ତିଆରି କରି ଚାଲିଥିଲେ । ଆଉ ଧିରେ ଧିରେ ଏହି ଗ୍ୟାଙ୍ଗକୁ ପୁରା ମଧ୍ୟପ୍ରଦେରେ ଭୟ କରୁଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୧୬ ବର୍ଷ ବୟସରେ ସେ ପାଲଟି ଯାଇଥିଲେ ଅପରାଧ ଦୁନିଆଁର ବାଦଶାହା । ତାଙ୍କୁ ସମସ୍ତେ ଭୟ କରୁଥିଲେ । ତାଙ୍କ ନାମ ଶୁଣିଲେ ସମସ୍ତେ ହୋଇ ଯାଉଥିଲେ ଚୁପ୍ ଆଉ ଏପରିକି ଏହି ଅପରାଧ ଦୁନିଆଁରେ ସେ ଘଟାଇ ଚାଲିଥିଲେ ଅନେକ ଅପରାଧ । ଅନେକ ଲୋକଙ୍କୁ ସେ ହତ୍ୟା କରି ଚାଲିଥିଲେ । ସେ ପୁରା ମଧ୍ୟପ୍ରଦେଶରେ ରକ୍ତର ଛାୟା ଖେଳାଇ ଚାଲିଥିଲେ ।

ତାଙ୍କ ଆକ୍ରମଣରେ ଅନେକ ମଣିଷ ଗୋଟିଏ ମୁହୂର୍ତ୍ତରେ ଶବ ପାଲଟି ଯାଉଥିଲେ । ଆଉ କେହି ମୁଁହ ମଧ୍ୟ ଖୋଲୁ ନଥିଲେ । କାହିଁକି ନା ଏତେ ଛୋଟ ପିଲାକୁ ସମସ୍ତେ ଭୟ କରି ଚାଲିଥିଲେ । ଏପରିକି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ପୋଲିସ ମଧ୍ୟ ତାଙ୍କ ଉପରେ କିଛି କହିବାକୁ ଭୟ କରୁଥିଲା । ପୋଲିସ ମଧ୍ୟ ତାଙ୍କ ଉପରେ ଆକ୍ସନ ନେବାକୁ ଭୟ କରୁଥିଲା ।

ତେବେ ଏହାରି ମଧ୍ୟରେ ପୋଲିସ ନିଜ ଭୟକୁ ଦୂରେଇ ଦୁର୍ଲଭ ଆଉ ତାର ଗ୍ୟାଙ୍ଗକୁ ଧରିବା ପାଇଁ ଚେଷ୍ଟା କରିଥିଲା ଆଉ ଶେଷରେ ୨୭ ଅକ୍ଟୋବର ୨୦୧୮ ମସିହାରେ ସେମାନେ ଧରି ପକାଇଥିଲେ ଦୁର୍ଲଭ ଆଉ ତାର ଗ୍ୟାଙ୍ଗର ପିଲା ମାନଙ୍କୁ । ସେତେବେଳେ ପୁରା ମଧ୍ୟପ୍ରଦେଶରେ ଶାନ୍ତ ପଡ଼ି ଯାଇଥିଲା। ଲୋକେ ଶାନ୍ତିରେ ନିଃଶ୍ୱାସ ନେଇ ଥିଲେ ।

ତେବେ ଏହି ସମୟରେ ପୋଲିସ ଅଫିସର ଦୁର୍ଲଭକୁ କହିଥିଲେ କି , ଏହି ଜେଲରୁ ବାହାରିବା ପରେ ଏଇଟା ତୋର ଶେଷ ଜେଲକୁ ଫେରିବା ହେବ । ତେବେ ଏହାର ଦୁଇ ବର୍ଷ ପରେ ଏହି କଥା ସତ ହୋଇଥିଲା । ମଧ୍ୟପ୍ରଦେଶରେ ଆଉ ଏକ ଗ୍ୟାଙ୍ଗ ଥିଲା , ଯାହାକି ଦୁର୍ଲଭକୁ ବହୁତ ଘୃଣା କରୁଥିଲା । ତେବେ ଏହାର ପ୍ରତିଶୋଧ ନେବା ପାଇଁ ୬ ସେପ୍ଟେମ୍ବର ୨୦୨୦ ମସିହାରେ ମଧ୍ୟପ୍ରଦେଶରେ ରହିଥିବା ଆଉ ଏକ ଗ୍ୟାଙ୍ଗ ଦୁର୍ଲଭ ଆଉ ତାର ଗ୍ୟାଙ୍ଗ ଉପରେ ଆକ୍ରମଣ କରିଥିଲା ଯେତେବେଳେ ରାତିରେ ନିଜ ୪ ସାଙ୍ଗ ମାନଙ୍କ ସହିତ ଦୁର୍ଲଭ ଖାଇବା ଖାଇ ସାରି ଚା ପିଇବା ପାଇଁ ବାହାରି ଥିଲା ।

ତେବେ ସେଠାରେ ସେହେନବାଜ୍ ମଧ୍ୟ ୩୪ ଥର ଦୁର୍ଲଭକୁ ଛୁରୀରେ ଆକ୍ରମଣ କରିଥିଲା । ଆଉ ଏହାକୁ ସମର୍ଥନ କରିଥିଲା ସେଠାରେ ରହିଥିବା ଚା ଦୋକାନୀ । ତେବେ ସେଦିନ ଠାରୁ ମଧ୍ୟପ୍ରଦେଶରେ ଦୁଲର୍ଭର ଆତଙ୍କ କମି ଯାଇଥିଲା ଆଉ ସମସ୍ତେ ଶାନ୍ତିରେ ରହିଥିଲେ ।

Leave a Reply

Your email address will not be published. Required fields are marked *