ଶେଷ ହେବ କଳିଯୁଗ, ବାର ମାସ ବଦଳରେ ହେବ ତେର ମାସ । ଆଉ ତାପରେ ମାଡ଼ି ଆସିବ ପ୍ରଲୟର ତାଣ୍ଡବ…

ବର୍ତ୍ତମାନ ସମୟରେ ଲୋକଙ୍କ ମନରେ ଏହି କଥା ପ୍ରଶ୍ନ ଉଠୁଛି ଯେ ମାଳିକା ବଚନରେ ବର୍ଣ୍ଣିତ ସବୁ କଥା କିଭଳି ସତ ପ୍ରମାଣିତ ହେଉଛି । ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ । କାରଣ ଏମିତିରେ ମାଳିକା ବଚନର ଗୋଟି ଗୋଟି କଥା ସତ ହେଉଥିବାର ଲୋକେ ହୃଦୟଙ୍ଗମ କରୁଛନ୍ତି ।

ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି କିଛି ଶୁଣିବାକୁ ମିଳୁଛି । ଲୋକେ କହୁଛନ୍ତି କୁଆଡ଼େ ବାର ମାସ ବଦଳରେ ତେର ମାସ ହେବ ଏବଂ ଭଗବାନ କଲ୍କି ଅବତାର ଗ୍ରହଣ କରି ପାପୀ ମାନଙ୍କ ନାଶ କରିବେ । ଏପଟେ ବାରମ୍ବାର ହଠାତ ଆସୁଥିବା ସବୁ ପ୍ରାକୃତିକ ଦୈବୀ ଦୁର୍ବିପାକ ମଧ୍ୟ ଏହି ବିଷୟରେ ସୂଚନା ଦେଉଛି ।

ହଠାତ କାଳ ବୈଶାଖୀ ଆସୁଛି ଆଉ ଆଖି ପିଛୁଳାକେ ସବୁକିଛି ନଷ୍ଟ କରି ଦେଉଛି । କଁଏମିତିକି ବର୍ତ୍ତମାନ କହିବାକୁ ଗଲେ ଋତୁ ଚକ୍ରରେ ମଧ୍ୟ ନାନା ପ୍ରକାରର ପରିବର୍ତ୍ତନ ହୋଇ ସାରିଛି । ଆଗକୁ ବାତ୍ୟା ଆସୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏଭଳି ଶୁଣିବାକୁ ମିଳୁଛି ଯେ ୨୦୨୩ ଶେଷ ହେବ ଏବଂ ୨୦୨୪ ଆରମ୍ଭ ସହିତ ବାର ମାସ ମଧ୍ୟ ବଦଳି ଯିବ ଏବଂ ତାହା ୧୩ ମାସ ହୋଇଯିବ । ଯାହାକି ବଡ଼ ବିପତ୍ତି ନେଇ ଆସିବ ବୋଲି କୁହାଯାଉଛି । ଏହାସହିତ କଳିଯୁଗର ସମାପ୍ତି ମଧ୍ୟ ଘଟିବ । ଆକାଶରୁ ଖସିବ ଅଗ୍ନି ବର୍ଷା ଏବଂ ମହା ସମୁଦ୍ରରୁ ଖେଳିବ ଓଲଟା ଲହରୀ । ଏହାବ୍ୟତୀତ ସବୁ ଜଳାଶୟ ମଧ୍ୟ ଶୁଖିଯିବ ।

ପାଣିର ଅଭାବ କାରଣରୁ ଲୋକେ ଏଣେତେଣେ ଘୁରି ବୁଲିବେ ଏବଂ ଭୂମି ପାଣି ନପାଇ ଟାଙ୍ଗରା ହୋଇଯିବ । ଲୋକେ ଶୋଷରେ ଛଟପଟ ହେବେ ଏବଂ ନିମିଷକେ ହଜାର ହଜାର ଜୀବନ ଏକା ସାଥିରେ ଚାଲିଯିବ । ୨୦୨୪ ମସିହା ମୀନ ଶନି ଠାରୁ ଆରମ୍ଭ ହୋଇ ୨୦୨୭ ମସିହା ପର୍ଯ୍ୟନ୍ତ ଏହା ଘଟିବ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ।

ଧରା ପୃଷ୍ଠର ବାତାବରଣ ବଦଳିଯିବା ସହିତ ପ୍ରକୃତି ମଧ୍ୟ ଅଶାନ୍ତ ରହିବ । ଆଗାମୀ ଡିସେମ୍ବର ମାସଟି ଅଭିଶପ୍ତ ମାସ ହେବ ବୋଲି କୁହାଯାଉଛି । ଏଭଳି କୁହାଯାଇଛି ଯେ ବୈଶାଖ ଶୁକ୍ଳ ଅଷ୍ଟମୀ ଅର୍ଥାତ ଗୁରୁବାର ଦିନ କଳିଯୁଗର ଶେଷ ହେବ । ତେବେ ଏହା ସତ କି ମିଛ ତାହା କେବଳ ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *